ତଲସରା: ଲଟାଗାଁ କୀର୍ତ୍ତନ ମଣ୍ଡପରେ ଆଧାର କାର୍ଡ ସଂଶୋଧନ ଶିବିର ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଲଟାଗାଁ କୀର୍ତ୍ତନ ମଣ୍ଡପରେ ସୁନ୍ଦରଗଡ଼ ପୋଷ୍ଟାଲ ବିଭାଗ ଆନୁକୂଲ୍ୟରେ ଆଜି ଆଧାର କାର୍ଡ ସଂଶୋଧନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ସୁନ୍ଦରଗଡ଼ ପୋଷ୍ଟାଲ ନୀରିକ୍ଷକ ଜୟନ୍ତ କୁମାର ଦାଶ ପରିଚାଳନା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।