ରାୟଗଡା: ଡାଇରିଆ ପରିସ୍ଥିତି ସମୀକ୍ଷା ପାଇଁ ରାଜ୍ୟ ସ୍ତରୀୟ ବରିଷ୍ଠ ଅଧିକାରୀଙ୍କର ଦୁଇ ଦିନିଆ ରାୟଗଡ଼ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ
ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜନ ସ୍ୱାସ୍ଥ୍ୟ ଵିଭାଗ ର ବରିଷ୍ଠ ଚିକତ୍ସା ଅଧିକାରୀ ଡା ମଦନ ମୋହନ ପ୍ରଧାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ରାଜ୍ୟ କାର୍ଯ୍ୟ ପରିଚାଳନା ଅଧିକାରୀ ଶ୍ରୀ ଅଦ୍ୱେତ ପ୍ରଧାନ ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ତରଫରୁ ମୁଖ୍ୟ ଯନ୍ତ୍ରୀ ଶ୍ରୀ ନାରାୟଣ ପ୍ରସାଦ ଗାନ୍ଧୀ ଓ ଲାବ ଆସିଷ୍ଟାଣ୍ଟ ଶ୍ରୀ ଅବନୀ କୁମାର ବରାଳ ମିଳିତ ଭାବେ ଦୁଇ ଦିନିଆ ରାୟଗଡ଼ ଗସ୍ତ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ଅଧିକାରୀ ମାନେ ରାଜ୍ୟ ଅଧିକାରୀଙ୍କ ସହିତ ପ୍ରମୁଖ ସ୍ଥାନ ଗୁଡିକୁ ଗସ୍ତ କରିଥିଲେ |