ବରଗଡ: ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହେଲା ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବି ତିଅର ସମାଜର 10 ତମ ମହାସଭା
ପଶ୍ଚିମ ଓଡିଶା ମତ୍ସ୍ୟଜୀବି ତିଅର ସମାଜର ୧୦ ତମ ମହାସଭା ଅନୁଷ୍ଠିତ ହୋଇଯାଇଛି | ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ବିଜୁ ପଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ମତ୍ସ୍ୟଜୀବି ତିଅର ସମାଜର ଦଶମ ମହାସଭା ଦୁଇ ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଯୋଗଦେଇ ମତ୍ସ୍ୟଜୀବି ତିଅର ମାନେ ସମାଜର ଏକ ଅଭିନ୍ନ ଅଙ୍ଗ ବୋଲି ବିବେଚନା କରିଥିଲେ ।