କଳାହାଣ୍ଡି ଜିଲ୍ଲାର ପ୍ରମୁଖ ନଦୀ ଇନ୍ଦ୍ରାବତୀ ଏହାର ଉପ ନଦୀ ଫେଟଫୁଲା ନଦୀ । ଉଭୟ ନଦୀଟ ସଂଯୋଗ ସ୍ଥାନ ବଡଛତ୍ରଙ୍ଗ ପଂଚାୟତ ଅଧିନସ୍ଥ ଚମ୍ପାଚୁଆଁ ଏବଂ ଅଗ୍ରୀମ ପଞ୍ଚାୟତ ଅଧିନସ୍ଥ ପେଙ୍ଗଢୁସି ଠାରେ ବାଲିପଟା ଯାତ୍ରା ଆୟୋଜିତ ହେଇଥିଲା । ପ୍ରତି ବର୍ଷ ଭଳି ଭଳି ଚଳିତ ବର୍ଷ ମଧ୍ୟ ଟୋକି ପର୍ବ ପାଳନର ଚତୁର୍ଥ ଦିବସ ବୁଧବାର ଦିନ ଏହି ପର୍ବ ପାଳନ କରାଯାଇଛି । ଉଭୟ ଗ୍ରାମ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଏହି ପର୍ବ ଆୟୋଜନ କରାଯାଇଥିଲା ।