ବଡଚଣା: ବଡଚଣା ପୋଲିସ ଦ୍ୱାରା ବାଉଶୁପୁଟ ନିକଟରୁ ଚୋରା ବିଦେଶୀ ମଦ ସହ କାର୍ ଜବତ, ୨ ଗିରଫ
ବଡଚଣା ଥାନା ଅନ୍ତର୍ଗତ ବାଉଶୁପୁଟ ନିକଟରୁ ଚୋରା ବିଦେଶୀ ମଦ ସହିତ ଏକ କାର ଜବତ କରିବା ସହ ୨ ଜଣ ବେପାରୀକୁ ବଡଚଣା ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ଯୋଗ୍ଯ ମଙ୍ଗଳବାର ଭୋର୬ ଘଟିକା ସମୟରେ ଧାନମଣ୍ଡଳ ଅଞ୍ଚଳରୁ ଏକ କାର ଯୋଗେ ମଦ ଆସୁଥିବା କୈାଣସି ସୁତ୍ରରୁ ଖବର ପାଇ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ବଡଚଣା ବ୍ଲକ ଛକଠାରେ ଜଗିବସିଥିଲେ। ପୋଲିସ କାର ପିଛା କରି ବାଉଶୁପୁଟ ଗ୍ରାମ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାରରୁ ୨୨୦ ବୋତଲ ଚୋରା ବିୟର ବାହାରି ଥିଲା ପୋଲିସ କାରରେ ଥିବା ବୈରୀ ଥାନା ଅନ୍ତର୍ଗତ ଶାଳପଡ଼ା ଗ୍ରାମର ଟିକମ ସାହୁ ଓ ଦିପୁ ମଲିକ୍ କୁ ଗିରଫ ।