ବରଗଡ: ଭଟଲି ଛକ ରାସ୍ତାରେ ଥିବା ଜବର ଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ
ବରଗଡ଼ ଭଟଲି ଛକ ରାସ୍ତାରେ ଥିବା ଜବର ଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ | ଡ୍ରେନ କାର୍ଯ୍ୟ ଓ ରାସ୍ତା ପ୍ରଶସ୍ତିକରଣକୁ ନେଇ ଶନିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି | ବରଗଡ଼ ପୋଲିସଙ୍କ ଉପସ୍ଥିତିରେ ଜବର ଦଖଲ ଉଚ୍ଛେଦ କରାଯାଇଛି | ଏହି ରାସ୍ତାରେ ବାରମ୍ବାର ଟ୍ରାଫିକ ସମସ୍ୟା ଦେଖାଯାଉଥିଲା ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତା ପ୍ରଶସ୍ତିକରଣ ଓ ଡ୍ରେନେଜ ବ୍ୟବସ୍ଥା ପାଇଁ ଜବର ଦଖଲ ଉଚ୍ଛେଦ କରାଯାଉଛି ।