ରିଆମାଳ ବନାଂଚଳ ଖିଲେଇ ଗ୍ରାମରେ ରବିବାର ରାତି ହାତୀ ଉପଦ୍ରବ ଦେଖାଦେଇଛି । ରାତି ୧୧ ଟାରେ ବନବିଭାଗ ଠାରୁ ଏନେଇ ସୂଚନା ମିଳିଛି । ଜଙ୍ଗଲ ଭିତରୁ ବାହାରି ଆସି ଗାଁ ନିକଟରେ ହାତୀ ଉପଦ୍ରବ କରୁଥିବା ବେଳେ ଉକ୍ତ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ କ୍ଷୟକ୍ଷତି ଘଟୁଛି । ତେବେ ଖିଲେଇ ଗ୍ରାମରେ ହାତୀ ଉପଦ୍ରବ ସୂଚନା ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।