ମ୍ବଲପୁରର ମୋତିଝରନ ଅଞ୍ଚଳରେ ଗତ ଅଗଷ୍ଟ ୧୮ ତାରିଖ ରାତିରେ ଘଟିଥିବା ମହମ୍ମଦ ଅସପାକ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଫେରାର ଥିବା ହତ୍ୟାକାରୀ ମୋତିଝରନ ନିବାସୀ ମହମ୍ମଦ ସମଦ କୁ ଧରିବା ସମୟରେ ପୁଲିସ ସହିତ ଏନକାଉନ୍ଟର ହୋଇଥିଲା । ଏଥିରେ ମହମ୍ମଦ ସମଦ ପୁଲିସ ଗୁଳିରେ ଆହତ ହୋଇ ଧରାପଡିଥିବା ବେଳେ ତାର ଭାଇ ମହମ୍ମଦ ୱାସିମ ଫେରାର ମାରିଥିଲା । ଫେରାର ୱାସିମକୁ ଧନୁପାଲି ପୁଲିସ ଦୀର୍ଘ ୩ ମାସ ପରେ ଧରିବାରେ ସଫଳ ହୋଇଛି । ଗିରଫ ୱାସିମକୁ ମଙ୍ଗଳବାର ଅଦାଲତକୁ ଚାଲାଣ କରାଯାଇଥିବା ନେଇ ଧନୁପାଲି ପୋଲିସ ଆଜି ରାତି 11 ଟାରେ ସୂଚନା ଦେଇଛନ୍ତି ।