ମାଲକାନଗିରି: ଓଏସ ପାଇବା ପରେ ପ୍ରୀତମ ଡୁରକା ଆଜି ଘରକୁ ଆସିବା ପରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି, ଏନେଇ ସେ ବସଷ୍ଟାଣ୍ଡରେ ମତ ରଖିଛନ୍ତି
ମାଲକାନଗିରି ଜିଲ୍ଲାର ଯୁବକ ପ୍ରୀତମ ଡୁରକା ଓଏସ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ବେଳେ ସେ ଆଜି ମାଲକାନଗିରି ଜିଲ୍ଲା ଫେରିଛନ୍ତି। ଏହାପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ତାଙ୍କ ବନ୍ଧୁ, ସହପାଠୀ ଓ ଜିଲ୍ଲାବାସୀ। ସେ ଭୁବନେଶ୍ୱର ରେ ରହି ଓଏସ ପାଇଁ ପ୍ରସ୍ତୁତି କରି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା ପାଇଁ ଗର୍ବ ଆଣିଥିବା ବେଳେ ଜିଲ୍ଲାବାସୀ ଙ୍କ ଭଲ ପାଇବା ପାଇଁ ସେ ଧନ୍ୟବାଦ ଦେଇ ପ୍ରତିକ୍ରିୟା ରଖିଛନ୍ତି।