ବୁଧବାର ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ l ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ସହର ରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ସିଟି ହାଇସ୍କୁଲ ପଡିଆ ଠାରେ ନିର୍ମିତ ଅସ୍ଥାୟୀ ହେଲିପେଡ ଠାରେ ପ୍ରଥମେ ଅବତରଣ କରିଥିଲେ l ଏଠାରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଙ୍କ ସମେତ ଜିଲ୍ଲା ର ବହୁ ବିଧାୟକ ଓ ନେତା ପୁଷ୍ପ ଗୁଛଦେଇ ସ୍ୱାଗତ ଜଣାଇଥିଲେ l ପରେ ମୁଖ୍ୟମନ୍ତ୍ରୀ ରାମଲିଙ୍ଗମ ପାର୍କ ନିକଟ ରେ ନିର୍ମିତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ପ୍ରତି ମୃତ୍ତି ଅନାବରଣ ଉତ୍ସବ ରେ ଯୋଗଦେଇଥିଲେ l