ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀ ମୋନୁ ଗୁପ୍ତା (୩୭)ଙ୍କ ମୃତ୍ୟୁ ଘଟିଛି। ମତ ଯୁବକଙ୍କ ଶାଳକ ବିକାଶ କୁମାର ଗୁପ୍ତା ଥାନାରେ କରିଥିବା ଲିଖିତ ଅଭିଯୋଗ ଅନୁସାରେ, ମୋନୁ ସରଣ୍ଡା ଛକରୁ ଘରକୁ ତାଙ୍କ ବାଇକ୍ ନଂ ଏଫ୍ ୨ ଓ ଡି ୧୭ ଏଲ୍ ୮୨୪୮ ରେ ଫେରୁଥିବା ବେଳେ ପଛ ପଟୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡ଼ି ଯାଇ ଗୁରୁତର ହୋଇଥିଲେ। ଖବର ପାଇ ଶାଲକ ବିକାଶ ତାଙ୍କ ସାଙ୍ଗମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ସଙ୍ଗେ ସଙ୍ଗେ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।