ଟିଟିଲାଗଡ: ଟିଟିଲାଗଡ଼ କରଣ ସମାଜର ଚିତ୍ରଗୁପ୍ତ ପୁଜନୋତ୍ସବ ଓ ବାର୍ଷିକ ଅଧିବେଶନ ଅନୁଷ୍ଠିତ
ଟିଟିଲାଗଡ଼ - ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସତିଘାଟ ସ୍ଥିତ ଚିତ୍ରଗୁପ୍ତ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ଦେବଙ୍କ ପୂଜାନୋତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ପ୍ରଥମେ ଗୁରୁବାର ସକାଳ ଛ ଟା ସମୟରେ ଶ୍ରୀ ଚିତ୍ର ଗୁପ୍ତଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇ ୧୧ ଟାରେ ସରିଥିଲା। ଶ୍ରୀ ଶ୍ରୀ ଚିତ୍ରଗୁପ୍ତଙ୍କ ଦର୍ଶନ କରିଥିଲେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ। ତାପରେ ସମାଜର ବାର୍ଷିକ ଅଧିବେଶନ ସଭାପତି ଦୟା ସାଗର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମ