ଓରିଏଣ୍ଟ: ବେଲପାହାଡ ଗୁମାଡେରାରେ ନାଟକ ସାପୁଆ କେଲା ଅନୁଷ୍ଠିତ
ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରାରେ ନାଟକ ସାପୁଆ କେଲା ଅନୁଷ୍ଠିତ ହୋଇଛି l ଆଜି ସୋମବାର ସନ୍ଧ୍ୟା ୭ ଟା ୩୦ ରୁ ରାତି ୮ ଟା ୩୦ ଯାଏଁ ଅନୁଷ୍ଠିତ ଏହି ନାଟକକୁ ଡକ୍ଟର ସୁବାଷ ଚନ୍ଦ୍ର ପ୍ରଧାନ ରଚନା କରିଛନ୍ତି ଏବଂ ନିର୍ଦେଶନା ଦେଇଛନ୍ତି l ଏହି ନାଟକ ଟି ସାଇବର ସୁରକ୍ଷା ସଚେତନତା ଉପରେ ଆଧାରିତ ଥିବାବେଳେ କିପରି ସାଇବର କ୍ରାଇମ ରୁ ସୁରକ୍ଷିତ ରହି ହେବ ସେନେଇ କଳାକାର ମାନେ ବାର୍ତା ଦେଇଥିଲା ଳ ନାଟକ ଟି ବେଶ ମନୋରଞ୍ଜନ ଧର୍ମୀ ହେବା ସହ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା l