କେନ୍ଦୁଝର ସହର: କୌଶଳ-ଭିତ୍ତିକ ନିଯୁକ୍ତି କାର୍ଯ୍ୟକ୍ରମରେ କେନ୍ଦୁଝରର ୨୨ ଗ୍ରାମୀଣ ମହିଳାଙ୍କୁ ପ୍ରଶାସନ ପକ୍ଷରୁ କେନ୍ଦୁଝର ଠାରେ ସମ୍ବର୍ଦ୍ଧନା
କୌଶଳ-ଭିତ୍ତକୌଶଳ-ଭିତ୍ତିକ ନିଯୁକ୍ତି ମାଧ୍ୟମରେ ଗ୍ରାମୀଣ ଯୁବକଯୁବତୀମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, କେନ୍ଦୁଝର କେନ୍ଦ୍ରର ୨୨ ଜଣ ପ୍ରାର୍ଥୀ ଭାରତ ସରକାରଙ୍କ ପ୍ଲେସମେଣ୍ଟ ଲିଙ୍କ୍ଡ୍ ଟ୍ରେନିଂ ପ୍ରୋଗ୍ରାମ୍ (PLTP) ଅଧୀନରେ ହାଇଦ୍ରାବାଦ ଏବଂ ତିରୁଚିରାପାଲିରେ ଚାକିରି ସୁଯୋଗ ପାଇଛନ୍ତି। ଏହି ପ୍ରାର୍ଥୀମାନଙ୍କୁ କେନ୍ଦୁଝର ମାଇନିଂ ରୋଡସ୍ଥିତ ଦକ୍ଷତା ବିକାଶ ଏବଂ ସମ୍ପ୍ରସାରଣ କେନ୍ଦ୍ର (SDEC)ରେ ତାଲିମ ଦିଆଯାଇଥିଲା।