ଯାଜପୁର: ବ୍ୟାସନଗର ସ୍ଥିତ ଫେରୋକ୍ରୋମ କାରଖାନା ପରିସରରେ ଓଏମସି ପକ୍ଷରୁ ବାର୍ଷିକ କ୍ରିଡ଼ା ମହୋତ୍ସବ ଅନୁଷ୍ଠିତ
ବ୍ୟାସନଗର ସ୍ଥିତ ଫେରୋକ୍ରୋମ କାରଖାନା ପରିସରରେ ଓଏମସି ପକ୍ଷରୁ ବାର୍ଷିକ କ୍ରିଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। କାରଖାନାର ୟୁନିଟ ହେଡ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଏହାକୁ ଉଦଘାଟନ କରିଥିଲେ। ଓଡ଼ିଶା ଖଣି ନିଗମ ଦ୍ବାରା ପରିଚାଳିତ ଏହି କାରଖାନାର ସମସ୍ତ କର୍ମଚାରୀମାନେ ଏହି କ୍ରିଡ଼ା ରେ ଭାଗ ନେଇଛନ୍ତି। ୩ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କ୍ରିଡ଼ା ପ୍ରତିଯୋଗିତାରେ ଉଭୟ ପୁରୁଷ ଓ ମହିଳା ବିଭାଗରେ ଦୌଡ଼ ପ୍ରତିଯୋଗିତା, ଜାଭଲିନ୍ ଥ୍ରୋ, ଲଙ୍ଗ୍ ଜମ୍ପ୍, ହାଇ ଜମ୍ପ୍, ଚେସ୍, କ୍ରିକେଟ୍, କ୍ୟାରମ୍ ଓ ଟେବୁଲ୍ ଟେନିସ ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l