ଝରିଗାଁ ଆଦର୍ଶ ବିଦ୍ୟାଳୟ ଠାରେ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲା ଝରିଗାଁ ଆଦର୍ଶ ବିଦ୍ୟାଳୟ ତରଫରୁ ଆର୍ଟ ଗ୍ୟାଲେରିରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଏବିଇଓ ଦଶରଥ ଗଣ୍ଡ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟର ଅଧକ୍ଷ ବୁଲୁ ସାହୁ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପ୍ରଦର୍ଶନୀରେ ବିଦ୍ୟାଳୟର ଚିତ୍ର ଶିଳ୍ପୀ ଶିକ୍ଷକ କାହ୍ନୁଚରଣ ମହାରଣା ଏବଂ ଛାତ୍ରୀ ଛାତ୍ରମାନଙ୍କ ଦ୍ଵାରା ସମସାମୟିକ ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଛି