ଧରାକୋଟ: ମୁଣ୍ଡମରାଇ ଓ ଧରାକୋଟ ରେ ଦୁଇ ସିରିଜ ଦୁର୍ଘଟଣା
ଗଞ୍ଜାମ ଜିଲ୍ଲା ଧରାକୋଟ ଓ ମୁଣ୍ଡମରାଇ ନିକଟରେ ଆଜି ମଧ୍ୟାହ୍ନରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇଟି ଗାଡି କ୍ଷତିଗ୍ରସ୍ତ ହୋଇଛି। ଜାତୀୟ ରାଜପଥ 59 ର ଦୁର୍ଘଟଣା ପ୍ରବଣ ଅଞ୍ଚଳ ଭାବରେ ଜଣାଶୁଣା ହନୁମାନ ଦ୍ଵାର ମୁଣ୍ତମରାଇ ମଧ୍ୟରେ ଥିବା ଧାନ ମିଲ ନିକଟରେ ସୋରଡା ରୁ ଆସିକା ଯାଉଥିବା ଏକ କାର ରାସ୍ତା ଉପରକୁ ହଠାତ ଚାଲି ଆସିବା ଯୋଗୁଁ ତାକୁ ବଞ୍ଚାଇବା କୁ ଯାଇ ଡ୍ରାଇଭର ରାସ୍ତା ପର୍ଶ୍ୱକୁ ମୋଡ଼ ବଦଳାଇବା ବେଳେ କାର ଟି ରାସ୍ତା ପାର୍ଶ୍ଵ ସିମେଣ୍ଟ ଖୁଣ୍ଟକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଠିକ ସେହିପରି ଧରାକୋଟ ମେଡ଼ିକାଲ ଗଡାଣିରେ ଦୁର୍ଘଟଣାଗ୍ରସ୍ତ ହୋଇଛି