ଆମ୍ଭେ ଏସ୍.ୟୁ.ସି.ଆଇ( କମ୍ୟୁନିଷ୍ଟ) ପୁରୁଣାଗଡ ୟୁନିଟ୍ ପକ୍ଷରୁ ଗଭୀର ଦୁଃଖ ଓ ପରିତାପରସହ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଅଛୁକି, ଅନୁଗୁଳ ସଦର ମହକୁମା ଠାରୁ ପ୍ରାୟ ୨୫ କି. ମି. ଦୂର ଜଙ୍ଗଲ ପାହାଡ ଘେରା ମାଣିକଯୋଡି, ସରଧାପୁର ପଞ୍ଚାୟତକୁ ଅନୁଗୁଳ ସଦର ମହକୁମା ଠାରୁ ଗମନାଗମନ ପାଇଁ କୌଣସି ବସ୍ ସେବାର ବ୍ୟବସ୍ଥା ନାହିଁ । ଏହି ଅଞ୍ଚଳରୁ ପ୍ରତିଦିନ ଶହ ଶହ ଲୋକ ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟ ଏବଂ ସ୍ଵାସ୍ଥ୍ୟସେବା ପାଇଁ ଅନୁଗୁଳ ସଦର ମହକୁମାକୁ ଯାତାୟତ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ଯିବାଆସିବା ନିମନ୍ତେ ବ୍ୟକ୍ତିଗତ ଭାବେ ଗାଡି ଭଡାକରି ବହୁ ଖର୍ଚ୍ଚାନ୍ତ ହ