ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଡ୍ରାଇଭର ମହାସଂଘ ଆନ୍ଦୋଳନ ପଛରେ କଂଗ୍ରେସର ହାତ, ଭୁବନେଶ୍ୱରରେ ଅଭିଯୋଗ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
ଡ୍ରାଇଭର ଆନ୍ଦୋଳନ ପଛରେ କଂଗ୍ରେସ | ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା। କହିଲେ ନୀରିହ ଡ୍ରାଇଭରମାନଙ୍କୁ ଭ୍ରମିତ କରି କଂଗ୍ରେସ ଏ ସବୁ କରୁଛି। କାହା କଥାରେ ପଡ଼ି ପଥଭ୍ରଷ୍ଟ ନହେବା ପାଇଁ ଡ୍ରାଇଭରଙ୍କୁ ଅନୁରୋଧ କଲେ। ସେପଟେ ଆଜି ବିଭିନ୍ନ ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହୋଇଥିବା ଦେଲେ ସୂଚନା।