ବ୍ରହ୍ମକୁମାରୀ ଆଧ୍ୟାତ୍ମିକ ବିଦ୍ୟାଳୟ ପକ୍ଷର ଶୁକ୍ରବାର ସନ୍ଧ୍ୟାରେ ଚାନ୍ଦବାଲି ଶାସ୍ତ୍ରୀ ନଗରରେ ଭଦ୍ରକ ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଦେଶର ପ୍ରଖ୍ୟାତ ଚିନ୍ତାମୁକ୍ତି ବିଶେଷଜ୍ଞ ବ୍ରହ୍ମକୁମାରୀ ପୁନମ ଭଉଣୀ ଯୋଗଦେବେ । ଏହି ଶିବିରରେ ମଧୁମେୟ, ରକ୍ତଚାପ, ମାନଶିକ ବିଷାଦ,ହ୍ରଦ ରୋଗର ଆସି ନିରାକରଣ ପାଇଁ ପରାମର୍ଶ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି l