ଧରାକୋଟ: ପୋଡାମାରି ନିକଟରୁ ଗୋଟିଏ ଯାତ୍ରୀବାହି ଅଟୋ ରୁ ଗଞ୍ଜେଇ ସହ ଜଣେ ବ୍ୟକ୍ତି କୁ ଗିରଫ କଲା ପାଟପୁର ଥାନା ପୋଲିସ
ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ l ବିପୁଳ ପରିମାଣ ର ଗଞ୍ଜେଇ ସହ ଗୋଟିଏ ଯାତ୍ରୀବାହି ଅଟୋ ଏବଂ ଜଣେ ବ୍ୟକ୍ତି କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ l ଜବତ ଗଞ୍ଜେଇ 106 କେଜି ହୋଇଥିବା ଜଣାପଡିଛି l ସୂଚନା ଅନୁସାରେ ଆଜି ଗୋଟିଏ ଯାତ୍ରୀବାହି ଅଟୋ ରେ ଗଞ୍ଜେଇ ଭର୍ତି ହୋଇ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଚାଲାଣ ହେଉଥିବା ବେଳେ ବିଶେଷ ସୂତ୍ରରୁ ଖବରପାଇ ପାଟପୁର ପୋଲସ ପୋଡାମାରି ବିଟ ହାଉସ ଠାରେ ଗାଡି କୁ ଅଟକାଇ ଯାଞ୍ଚ କରିଥିଲା l ଗାଡି ଯାଞ୍ଚ ବେଳେ ଗଞ୍ଜେଇ ରହିଥିବା ଦେଖି ଚାଳକ କୁ ଗିରଫ କରିବା ସହ ଅଟୋ ଏବଂ ଗଞ୍ଜେଇ କୁ ଜବତ କରିଛି ପୋଲିସ l