ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଷ ପୂଜା ପାଳନ କୁ ନେଇ ହରପୁର ଛକରେ ଯୁବକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ଇନଫୋଭ୍ୟାଲି ଥାନା ପୋଲିସ
ଗଣେଷ ପୂଜା ପାଳନ କୁ ନେଇ ହରପୁର ଛକରେ ଯୁବକଙ୍କୁ ଆକ୍ରମଣ ଘଟଣା, ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କଲା ଇନଫୋଭ୍ୟାଲି ଥାନା ପୋଲିସ | ଅଭିଯୋଗକାରୀ ହରପୁର ଛକରେ ସଞ୍ଜୟ ଚିକେନ୍ କାଉଣ୍ଟର ନିକଟରେ ଠିଆ ହୋଇଥିବାବେଳେ, ଗଣେଶ ପୂଜା ପାଳନକୁ ନେଇ ପୂର୍ବ ଶତ୍ରୁତା ଯୋଗୁଁ ଅଭିଯୁକ୍ତ ସଞ୍ଜୟ ସିଂହ ଏବଂ ବିଶ୍ୱଜିତ ସିଂହ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରି ଧମକ ଦେଇଥିଲେ। ଏହା ପରେ ଅଭିଯୁକ୍ତ ବିଶ୍ୱଜିତ ସିଂହ ହତ୍ୟା କରିବା ଉଦ୍ଦେଶ୍ୟରେ ଅଭିଯୋଗକାରୀଙ୍କ ମୁଣ୍ଡରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ, ଯାହା ଫଳରେ ଅଭିଯୋଗକାରୀ ଗୁରୁତର ହୋଇଥିଲେ ଏବଂ ତାଙ୍କର ପ୍ରବଳ ରକ୍ତସ୍ରାବ ହୋଇଥିଲା।