ଲାଞ୍ଜିଗଡ: ବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ସ୍ବାସ୍ଥ୍ୟ ଶିବିର ବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଘଣ୍ଟାରୁ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ଶିବିରରେ ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ ଡ଼ା. ଅମ୍ବିକା ନାଏକ, ଶିଶୁ ରୋଗ ବିଶେଷଜ୍ଞ ଡ଼ା. ପିସି ଆଚାରୀ , ଚକ୍ଷୁ ରୋଗ ବିଶେଷଜ୍ଞ ମୁଁ ଶ୍ରୀ ସ୍ମୃତି ସାହୁ,ଦାନ୍ତରୋଗ ବିଶେଷଜ୍ଞ ଡ଼ା. ସୌରଭ ମିଶ୍ର ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏଥିରେ ବ୍ଳକର ୨୬ ଗୋଟି ପଞ୍ଚାୟତରୁ ମୋଟ ୩୪୦ ଜଣ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପଞ୍ଜିକରଣ କରିଥିଲେ।