ଅତାବିରା: ପାହାଡଶ୍ରୀଗିଡା ଗ୍ରାମରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ବୈଠକ
ଅତାବିରା ବ୍ଲକ୍ ସଂଘର ସମସ୍ତ ଗ୍ରାମ ପଞ୍ଚାୟତର ଆଦିବାସୀ ମହିଳା ଓ ପୁରୁଷ ମାନଙ୍କୁ ନେଇ ବ୍ଲକ ସଭାପତି ଭୁଷଣ ବିଶ୍ବାଳଙ୍କ ସଭାପତିତ୍ବରେ ପାହାଡଶ୍ରୀଗିଡା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଘେଁସ ଗ୍ରାମର ସହୀଦ ବୀର ମାଧୋ ସିଂଙ୍କ ଫାଶୀ ଦିବସ ଉଦ୍ଦେଶ୍ୟରେ ବୀରତା ଦିବସ ଆସନ୍ତା ଡିସେମ୍ବର ୩୧ ତାରିଖ ପାଳନ କରାଯିବ ଏଥିପାଇଁ ଅତାବିରା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ କିଭଳି ଭାବରେ ବେଶି ସଂଖ୍ୟାରେ ବୀରତା ଦିବସରେ ଯୋଗଦାନ କରିବେ ଆଲୋଚନା ହୋଇଥିଲା ।