ଟିଟିଲାଗଡ: ଶିବ ଦୟାଲ ଜୈନଙ୍କୁ ବୋଲେରୋ ମଡାଇ ହତ୍ୟା ଉଦ୍ୟମ ଘଟଣାରେ ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ, ବୋଲେରୋ ଜବତ
ଟିଟିଲାଗଡ ସହରର ସନ୍ ଭ୍ୟୂ ହୋଟେଲ ମାଲିକ ଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣା ର ଗୁମର ଖୋଲିବା ଆରମ୍ଭ ହୋଇଛି।ଏକ ସାଧାରଣ ଦୁର୍ଘଟଣା ପରି ମନେହେଉଥିବା ଏହି ଘଟଣା ଏକ ସୁପରିକଳ୍ପିତ ହତ୍ୟା ଷଡ଼ଯନ୍ତ୍ର ଥିବା ପୁଲିସ ଉଜାଗର କରିବା ସହ ଏହାର ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲ କୁ ଗିରଫ କରି ଜେଲ ପଠାଇ ସାରିଛି।ଗୁରୁବାର ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ସହଯୋଗୀ ଙ୍କୁ ପୁଲିସ ଗିରଫ କରିବା ସହ ବ୍ୟବହୃତ ବୋଲେରୋ ଗାଡ଼ି କୁ ଜବତ କରିଛି।ଏହାକୁ ନେଇ ବଲାଙ୍ଗୀର ଏସ ପି ଅଭିଳାଷ ଜୀ ସାମ୍ବାଦିକ ସମ୍ମିଳନୀରେ ଦେଲେ ସୂଚନା