କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ସମ୍ମିଳନୀ କକ୍ଷରେ ପର୍ଯଟନ ବିକାଶ ପରିଷଦର ସବ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୩ଘଣ୍ଟା ସମୟରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ପଟାଙ୍ଗି ବ୍ଳକର ସମସ୍ତ ପର୍ଯ୍ୟଟନସ୍ଥଳୀର ବିକାଶ କିଭଳି କରାଯିବ ସେନେଇ ଆଲୋଚନା କରିଥିଲେ। ବୈଠକରେ ନନ୍ଦପୁର ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।