ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ ସମ୍ବାଦ ଡିଜିଟାଲ ପକ୍ଷରୁ ଚାଲିଥିବା ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ରେ ଗୁଦରାପଡ଼ା ର ଜୟକୃଷ୍ଣ ଓ ଶଶାଙ୍କ ଙ୍କ ଯୋଡ଼ି ବିଜେତା ହୋଇଥିବା ଜଣାପଡିଛି। ତାଙ୍କୁ ମଙ୍ଗଳବାର ଦିନ ଗୁଦରାପଡ଼ା ଠାରେ ସମ୍ବର୍ଦ୍ଧିତ କରାଯାଇଛି। ବୁର୍ଲା ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ଠାରେ ସମ୍ବାଦ ଡିଜିଟାଲ ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିବା ବେଳେ ଏଥିରେ କୁଚିଣ୍ଡା ବ୍ଲକ ଭୋଜପୁର ଗୁଦରାପଡ଼ା ର ଜୟକୃଷ୍ଣ ଗର୍ଡିଆ ଓ ସଶାଙ୍କ ଜେନାଙ୍କ ଯୋଡ଼ି ବିଜେତା ହୋଇଛି।