ଆଜି ଅପରାହ୍ନ ୩ଟା ସମୟରେ ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୁଚିଣ୍ଡା ବିଧାୟକ ତଥା ମନ୍ତ୍ରୀ ରବି ନାୟକ ବିଦ୍ୟାଳୟର ଉଦଘାଟନ କରି ଶିକ୍ଷାର ଉନ୍ନତିକୁ ଅଞ୍ଚଳର ପ୍ରକୃତ ପ୍ରଗତିର ମୂଳ ଆଧାର ବୋଲି କହିଥିଲେ। ନୂତନ ବିଦ୍ୟାଳୟ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ମାନନୀୟା ସାଂସଦ ଶ୍ରୀମତୀ ସଙ୍