ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଧେଶ କ୍ରମେ କୋରାପୁଟ ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଦିନ 10ଟାରେ ଆରମ୍ଭ ହୋଇ ଅପରାହ୍ନ 4ଟାରେ ଶେଷ ହୋଇଛି । ଉକ୍ତ ଅଦାଲତରେ ଜିଲ୍ଲା ଦୌରା ଜଜ କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ପରିବାର ଅଦାଲତ ବିଚାରପତି ଶ୍ରୀ ନିଶିଥ୍ ନିଶାଙ୍କ, ବରିଷ୍ଠ ଦେବାନି ବିଚାରପତି ଶ୍ରୀ ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l