ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କୁ ଅନୁଗୋଳ ଟାଉନ୍ ଥାନା ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ରାଶୋଳ ଥାନା ଅନ୍ତର୍ଗତ ପଞ୍ଚପଡା ଗ୍ରାମର ବଳ ଗୋଚ୍ଛାୟତ ଙ୍କ ପୁଅ ବିଶ୍ବ ରଞ୍ଜନ ଗୋଚ୍ଛାୟତ (୩୬) ଏକ ବାଇକ୍ ରେ ଅନୁଗୋଳ ଆଡ଼କୁ ଆସୁଥିବା ବେଳେ କଲେଜ୍ ଛକ ନିକଟରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କାଦେଇ ଫେରାର ହୋଇଯାଇଥିଲା। ବିଶ୍ବ ରଞ୍ଜନ ଗୁରୁତର ଅବସ୍ଥାରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେଠାରୁ ଖବର ପାଇ ଟାଉନ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତାଙ୍କର