ବୁଧବାର ଦିନ ହରଭଙ୍ଗା ବ୍ଲକ ବନ୍ଧାପଥର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ବତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇ ଯାଇଛି l l ଉକ୍ତ କାର୍ଯ୍ୟକ୍ରମରେ ବନ୍ଧା ପଥର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ସମିତି ସଭ୍ୟା ଗୀତାଞ୍ଜଳି ବାରିକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପ୍ରଧାନ , ଏଡିଇଓ ଆଲାଦିନୀ ସାହୁଙ୍କ ସମେତ ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା, ସମାଜସେବୀ ଗୌତମ ପ୍ରଧାନ, ସିଆରପି, ଏମବିକେ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଓ ଜନ ସାଧାରଣ ଯୋଗ ଦେଇଥିଲେ |