ବିଧାନସଭା ଷ୍ଟାଣ୍ଡିଂ କମିଟୀ ଆଜି ଦେବଗଡ ଗସ୍ତରେ ଆସିଥିବା ବେଳେ ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଦେବଗଡ ଜିଲ୍ଲା ଯୁବ ଏକତା ମଂଚ, ଜିଲ୍ଲା ମହିଳା ଏକତା ମଂଚ, ଆମ୍ବେଦକର ସାମାଜିକ ପରିବର୍ତନ ମଂଚ, ବାମଣ୍ଡା ବ୍ରାହ୍ମଣ ସମାଜ ଓ ବରିଷ୍ଠ ନାଗରିକ ଫୋରମର କର୍ମକର୍ତାଙ୍କ ସମେତ ବହୁ ଜନସାଧାରଣ ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦିନ ପ୍ରାୟ ୨ ଟାରେ ବିଧାନସଭା ଷ୍ଟାଣ୍ଡିଂ କମିଟୀ ସଦସ୍ୟଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।ଦେବଗଡ ଜିଲ୍ଲାରେ ଦେଖାଦେଇଥିବା ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।