ଟିଟିଲାଗଡ: ଚାଉଳ ବୋଝେଇ ଟ୍ରକରେ ଲାଗିଲା ନିଆଁ - ଆୟତ୍ତ କଲେ ମେଦି ରେତା ପେଟ୍ରୋଲ ପମ୍ପ କର୍ମଚାରୀ ଓ ସ୍ଥାନୀୟ ଲୋକେ
ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ଗୋଟିଏ ଚାଉଳ ବୋଝେଇ ଟ୍ରକ ନିଜର ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଟ୍ରକରେ ନିଆଁ ଲାଗି ଯାଇଥିଲା। ଧୂଆଁ ବାହାରିବା ପରେ ପାଖରେ ଥିବା ମେଦୀରେତା ପେଟ୍ରୋଲ ପମ୍ପର କର୍ମଚାରୀ ନିଆଁ ଲିଭା ଗ୍ୟାସ ଆଣି ସ୍ପ୍ରେ କରିବା ପରେ ନିଆଁ ଆୟତ୍ତ ହୋଇଥିଲା। ତେବେ ଅଳ୍ପକେ ବର୍ତ୍ତିଲା ବଡ ଅଘଟଣ।