ଦେବଗଡ଼ ଥାନା ଅନ୍ତର୍ଗତ ଚିକିଣୀ ଘାଟିରେ ପୋଲିସ ଗାଡିକୁ ଧକ୍କା ଦେଇ ଫେରାର୍ ହୋଇଗଲେ ଗଞ୍ଜେଇ ଚୋରାଚାଲାଣକାରୀ। କିନ୍ତୁ ଗଞ୍ଜେଇ ବୋଝେଇ ସ୍କର୍ପିଓ ଜବତ ହୋଇଛି। ସ୍କର୍ପିଓ ଚକା ଫାଟିବାରୁ ଗାଡିକୁ ଜବତ କରିବାରେ ପୋଲିସ ସଫଳ ହୋଇଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଥାନା ଅଂଚଳରୁ ଏକ ସ୍କର୍ପିଓ ଯୋଗେ ଦେବଗଡ ପଟକୁ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଦେବଗଡ ଅବକାରୀ ବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା। ଉଭୟ ବିଭାଗ ପକ୍ଷରୁ ଚିକିଣୀ ଘାଟିରେ ଛକି ରହିଥିଲେ।