ଟିଟିଲାଗଡ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଉପଲକ୍ଷେ କୁରସୁଡ ଗ୍ରାମ ପଞ୍ଚାୟତରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୁଧବାର ଦିନ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମଦିନ ଉପଲକ୍ଷେ କୁରସୁଡ଼ ଗ୍ରାମପଞ୍ଚାୟତ ଦ୍ୱାରା ଆୟୋଜିତ ଏକ ପେଡ଼ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ସାଂସଦ ପ୍ରତିନିଧି ତଥା ବିଜେପି ନେତା ଶ୍ରୀ ମୁକେଶ ଜୈନ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଭନ୍ନ ଫଳ ଗଛ ରୋପଣ କରାଯାଇଥିଲା। ବୃକ୍ଷ ରୋପଣ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା।