ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳ ଅନ୍ତର୍ଗତ ୧୪୦ଟି କେନ୍ଦ୍ରରେ ମାଗଣା ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ହାତୀବାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରିଟେଣ୍ଡେନ ଡକ୍ଟର ଏମ.ଡି.ହଲିମଙ୍କ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିଲା।ହାତୀବାରି କେନ୍ଦ୍ରରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ଓ କେନ୍ଦ୍ରରେ ନୂଆଗାଁ ଜିଲ୍ଲା ପରିଷଦ 'କ' ସଭ୍ୟା ଜ୍ୟୋତି ଦଳରସା ଟେଟେ ଉଦ୍ଘାଟନ କରିଥିଲେ।ଏଥିରେ ସତ୍ୟବ୍ରତ ଦାଶ,ବେଦମତୀ ମହାନନ୍ଦ,ପ୍ରକାଶ କୁମାର ନାୟକ,ଆଶାକର୍ମୀ,ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ସହଯୋଗ କରିଥିଲେ।