ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭଅଁରଖୋଲ ଅଂଚଳରେ ବୁଲୁଛି ହାତୀ l ରାତି ସମୟରେ ଭଅଁରଖୋଲ କଁଟା, ଭୁଗୁରା ଡୁଲି ନିକଟରେ ହାତୀ ବୁଲୁଥିବା ଏକ ଭିଡିଓ ଆଜି ରାତି ୮ ଟା ୩୦ ରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହୋଇଛି l ଗତକିଛିଦିନ ହେବ ଏହି ହାତୀ ଟି କଦମଡ଼ିହି ଏବଂ ଡୁଡୁଗା, ଖୋଲଜାମକାନି ଅଂଚଳରେ ବୁଲୁଥିବାବେଳେ ଆଜି ସନ୍ଧ୍ୟା ରୁ ଭଅଁରଖୋଲ ଅଂଚଳ ରେ ଘୁରି ବୁଲୁଛି l ଅନ୍ୟପଟେ ଏନେଇ ବନ ବିଭାଗ ପକ୍ଷରୁ ଆଖପାଖ ଗ୍ରାମରେ ଲୋକଙ୍କୁ ସଚେତନ କରାଯାଇଛି ଏବଂ ଝାରସୁଗୁଡା ବନ ବିଭାଗ ପକ୍ଷରୁ ହାତୀ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି l