ସୁନିତା ଆଜି ସନ୍ଧ୍ୟା ସମୟରେ ଗ୍ୟାସ୍ ଯୋଗେ ରୋଷେଇ କରୁଥିଲେ। ଅସବାଧନତା ଯୋଗୁ ସୁନିତା ପିନ୍ଧି ଥିବା ଲୁଗାରେ ନିଆଁ ଲାଗୀ ଯାଇଥିଲା। ଯାହା ଫଳରେ ସୁନିତା ଚିତ୍କାର କରିବାରୁ ପରିବାର ଲୋକେ ଆସି ନିଆ କୁ ଲିଭାଇ ଦେଇଥିଲେ। ସେତେ ବେଳେକୁ ସୁନିତା ଙ୍କ ପିଠି ଏବଂ ଦୁଇ ହାତ ପୋଡି ଯାଇଥିଲା। ପରିବାର ଲୋକେ ସଙ୍ଗେ ସଙ୍ଗେ ସୁନିତା କୁ ହିନ୍ଦୋଳ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସୁନିତା କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ। ସୁନିତା ଙ୍କର ପାଖାପାଖି ୪୦ ପ୍ରତିଶତ ପୋଡି ଯାଇଥିବା ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।