ଲାଞ୍ଜିଗଡ: ବାନେର ଠାରୁ ତାଲଗୁଡ ପର୍ଯ୍ୟନ୍ତ ଦେବୀ ଡୋକରୀଙ୍କ ଲାଠି ଯାତ୍ରା ଅନୁଷ୍ଠିତ
ସୋମବାର ମଣ୍ଡପରେ ମହାସପ୍ତମୀ ପୂଜା ଅନୁଷ୍ଠିତ ହେଇଯାଇଛି। ପୀଠରେ ମହାଷ୍ଟମୀ ପୂଜା ପାଇଁ ପୀଠ ସବୁ ଉତ୍ସବମୁଖର। ପରମ୍ପରା ଅନୁସାରେ ବାନେର ପୀଠରୁ ଦେବୀଙ୍କ ପ୍ରତୀକ ଲାଠି ତାଲଗୁଡ ପୀଠରେ ପହଞ୍ଚିବା ପରେ ଡୋକରୀ ଦେବୀଙ୍କ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଇଥାଏ। ତେଣୁ ସୋମବାର ଅପରାହ୍ନରେ ବାନେର ପୀଠରୁ ଲାଠି ବାହାରି ତାଲଗୁଡ ଅଭିମୁଖେ ଯାତ୍ରା କରିଛି।