୨୭ ଏକର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ପାଇଁ ଆଜି ବନ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ବ୍ୟାପକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି | ଘଣ୍ଟାପଡା ଥାନା ନାରାୟଣ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୁମ୍ଭିକ୍ଷେତା ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରି ୨୭ ଏକର ପରିମିତ ଜାଗାରେ ବେଆଇନ ଭାବରେ ଚାଷ କରାଯାଇ ଥିବା ୨୭ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛି | ଏହି ଚଢ଼ାଉରେ କଣ୍ଟାମାଳ ରେଞ୍ଜ ବନ କର୍ମଚାରୀ, ଘଣ୍ଟାପଡା ଥାନା ପୋଲିସ କର୍ମଚାରୀ, ଏପିଆର ଫୋର୍ସ, ରାଜସ୍ବ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ |