ରେଙ୍ଗାଲି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ନିର୍ଗୁଣପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ l ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ରଥଙ୍କ ସଂଯୋଜନାରେ ଅନୁଷ୍ଟିତ ମେଳାରେ ମୁଖ୍ୟ ଅତିଥି ଶ୍ୟାମଲାଲ ଦେହୁରୀ ଓ କାଇଁଶିର ସି ଆର ସି ସି ଶୈଳସୁତା ପାଢ଼ୀ ଯୋଗ ଦେଇଥିଲେ l ଏହି ଅବସରରେ ମୁଖ୍ୟଅତିଥି ପିଲାଙ୍କୁ ବିଜ୍ଞାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ମେଳାରେ ବିଦ୍ୟାଳୟର ୭୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭାଗନେଇ ପ୍ରାୟ ୪୫ଟି ପ୍ରକଳ୍ପ ସ୍ଥାନିତ କରିଥିଲେ ।