ଦେବଗଡ ଥାନା ଗୁଣ୍ଡୁରିପୋଷି ଗ୍ରାମରେ ସାବତ ପୁଅ ମାଙ୍କୁ ଗାଳିଗୁଳଝ କରିବା ସହିତ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଶନିବାର ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ସ୍ୱର୍ଗତ ଗୁରୁଚରଣ ଦେହୁରୀଙ୍କ ସ୍ତ୍ରୀ ମିନା ଦେହୁରୀ ତାଙ୍କ ସାବତ ପୁଅ କମଲ ଦେହୁରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଗତ ୨ ତାରିଖ ଦିନ ୪ ଟା ସମୟରେ କୌଣସି କଥାକୁ କେନ୍ଦ୍ର କରି ମିନାଙ୍କୁ ଗାଳିଗୁଳଜ କରିବା ସହିତ ମାଡ ମାରି ଘରୁ ବାହାର କରି ଦେଇଥିଲେ । ଫଳରେ ମିନା ଶନିବାର ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମାଲ ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।