ସୁକିନ୍ଦା ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ହରିପୁର ଅଞ୍ଚଳର ଜଣେ ଯୁବକ ବିଦ୍ୟାଳୟ ପରିସରରେ ଆକ୍ରମଣ କରିଥିଲେ । ଏ ନେଇ ଶନିବାର ଦିନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପାଖ ରାସ୍ତାକୁ ଅବରୋଧ କରିବା ସହିତ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଥିଲା । ପରେ ପୋଲିସ ଉପସ୍ଥିତରେ ଅଧ୍ୟକ୍ଷଙ୍କୁ ଆକ୍ରମଣ କରିଥିବା ଯୁବକ ମିଟୁ ହରିପୁର ସ୍ଥିତ ଭାରତୀ ବିହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପହଞ୍ଚି ଅଧ୍ୟକ୍ଷ ନନ୍ଦ କିଶୋର ଖଣ୍ଡାଇଙ୍କୁ କ୍ଷମା ମାଗିବା ପରେ ଆନ୍ଦୋଳନରୁ ହଟିଲେ ଛାତ୍ରଛାତ୍ରୀ