ସମ୍ବଲପୁର ର ଝିଅ ବାହାରିନରେ ତୃତୀୟ ଏସିଆ ଯୁବା କ୍ରୀଡ଼ା ପ୍ରତିଯୋଗିତାରେ ସ୍ବଣ୍ଣପଦକ ହାସଲ ପରେ ସମ୍ବଲପୁରରେ ଭବ୍ୟ ସ୍ବାଗତ କରାଗଲା । ଆଜି ସେ ସମ୍ବଲପୁର କୁ ଟ୍ରେନ ଯୋଗେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ କ୍ରିଡା ସଂଗଠନ ଓ ଖେଲ ପ୍ରେମୀ ମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଛି । ତେବେ ସମ୍ବଲପୁର ର ପ୍ରିୟଙ୍କା ପ୍ରଧାନ ଭାରତୀୟ ମହିଳା କବାଡ଼ି ଦଳରୁ ପ୍ରତିନିଧିତ୍ବ କରିଥିଲେ । ଓଡିଶା ରୁ ପ୍ରିୟଙ୍କା ମହିଲା ଖେଲାଲି ଭାଵେ ଚୟନ ହୋଇ ସମସ୍ତ ମେଚ ଖେଳିଥିଲେ । ପ୍ରିୟଙ୍କା ଙ୍କ ସ୍ବଣ୍ଣପଦକ ହାସଲ ପରେ ଆଜି ତାଙ୍କୁ ସହର ର ବିଭିନ୍ନ ପଡା ମାନଙ୍କରେ ଲୋକେ ସ୍ୱାଗତ କରିଥିଲେ l