ହିଞ୍ଜିଳି: ସୁନାନ୍ତର ଗ୍ରାମରେ ସମାଜ ସେଵୀ କାଳିଆ ଜେନା ଗୁଳିକାଣ୍ଡ ଘଟଣାରେ ମାଷ୍ଟର ମାଇଣ୍ଡ ସନ୍ତୋଷ କୁମାର ପଟ୍ଟନାୟକ(ପିଣ୍ଟୁ) ଗିରଫ କଲା ଶେରଗଡ଼ ପୋଲିସ
Hinjili, Ganjam | Oct 15, 2025 ସୁନାନ୍ତର ଗ୍ରାମରେ ସମାଜ ସେଵୀ କାଳିଆ ଜେନା ଗୁଳିକାଣ୍ଡ ଘଟଣାରେ ମାଷ୍ଟର ମାଇଣ୍ଡ ସନ୍ତୋଷ କୁମାର ପଟ୍ଟନାୟକ (ପିଣ୍ଟୁ) ଗିରଫ କଲା ଶେରଗଡ଼ ପୋଲିସ,ଗତ ଜୁଲାଇ ୨୫ ତାରିଖ ଶେରଗଡ଼ ବ୍ଳକ୍,ଧନନ୍ତର ପଞ୍ଚାୟତର ସରପଞ୍ଚ ଙ୍କ ବାପା ନିରଞ୍ଜନ ଜେନା (କାଳିଆ)ଙ୍କ ଉପରକୁ ଦୃର୍ବୁତ୍ତ ମାନେ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ,ଘଟଣା ରେ ପୂର୍ବରୁ ୧୧ ଜଣ ରୁ ଉର୍ଦ୍ଧ କୁ ଶେରଗଡ଼ ପୋଲିସ ଗିରଫ କରିଛି.ଆଜି ଏହି ଘଟଣା ରେ ଶେରଗଡ଼ ବ୍ଲକ ଯୁବ ବିଜେଡି ସଭାପତି ପିଣ୍ଟୁ ପଟ୍ଟନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ.