ମାଲକାନଗିରି: ପାଣ୍ଡ୍ରିପାଣି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ନବରଙ୍ଗପୁର ସାଂସଦ
ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରୀପାଣି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ଲକ ସ୍ତରୀୟ ସୁସ୍ଥ ନାରୀ ସଶକ୍ତ ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ, ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମିଙ୍କ ସହ ଅନ୍ୟ ଅତିଥି ମାନେ ଉପସ୍ଥିତ ଥିଲେ। ଏଥିରେ ସମୁଦାୟ ୨୭୪ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇଥିବା।