ଦେବଗଡ: ବାରକୋଟ କାଳୀପୂଜା କମିଟୀ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ, କୁଚିଣ୍ଡାର ବିଏଫସି ଚମ୍ପିୟାନ
ବାରକୋଟ କାଳୀ ପୂଜା କମିଟୀ ଆନୁକୂଲ୍ୟରେ ଡଁରା ହାଇସ୍କୁଲ ଖେଳ ପଡିଆ ଠାରେ ଗତ ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ସନ୍ଧ୍ୟା ୬ ଟାରେ ଉଦଯାପିତ ହୋଇଯାଇଛି । ମୋଟ ୧୬ଟି ଦଳକୁ ନେଇ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ବ୍ରଦର ଇଲେଭେନ ଫୁଟବଲ ଦଳକୁ ଟାଇବ୍ରେକର ସହାୟତାରେ ୪-୩ ଗୋଲରେ ପରାସ୍ତ କରି କୁଚିଣ୍ଡାର ବିଏଫ୍ସି ଚମ୍ପିୟାନ ହୋଇଥିଲା । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ଅରୁଣ କୁମାର ଭୋଇ, ଜିତୁ ପାତ୍ର, ସୁବ୍ରତ ପୁରୋହିତ, ଶଶୀକାନ୍ତ ଦାଶିଆ, ଲିଙ୍ଗରାଜ ପ୍ରଧାନ ଓ ନିତ୍ୟାନନ୍ଦ ମେହେର ପରିଚାଳନା କରିଥିଲେ ।