ଲାଞ୍ଜିଗଡ: ମାଁ ହିରାନୀଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ।
ବିଶ୍ୱନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦ୍ବାରା ମାଁ ହିରାନୀଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଡଃ ନିମାଇଁ ହରିଚନ୍ଦନ ଗହିର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ବିଦ୍ୟାଳୟ ପରିସର ରୁ ବ୍ଲକ ଛକ ପର୍ଯ୍ୟନ୍ତ ତମାଖୁ ମୁକ୍ତ ସଚେତନତା ଉପରେ ବିଭିନ୍ନ ନାରା ଦେଇ ଏ ସଚେତନତା ଶୋଭା କରିଥିଲା।ପରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ବୈଠକ କରାଯାଉଥିଲା ।