ବାରକୋଟ ବ୍ଲକ କଣ୍ଢଳ ଗ୍ରାମରେ ଅଗ୍ରଗତି ସଙ୍ଘ ଆନୁକୂଲ୍ୟରେ ପାଳିତ ହେଉଥିବା ଗଜଲକ୍ଷ୍ମୀ ପୂଜା ଅବସରରେ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଥିବା ଗଜଲକ୍ଷ୍ମୀ ପୂଜା କପ ଫୁଟବଲ ପ୍ରତିଯୋଗିତା ଆଜି ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ଖଜୁରୀବାହାଳ ଫୁଟବଲ ଦଳକୁ ପରାସ୍ତ କରି କତ୍ରାପାଲି ଫୁଟବଲ ଦଳ ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚକୁ ରେଫରୀ ଭାବେ ପାପଲୀ ପାଲ, କୃଷ୍ଣଚନ୍ଦ୍ର ନାୟକ, ସୁମନ ରାଉତ, ବିପିନ ପାତ୍ର ଓ ସରୋଜ ଗଡନାୟକ ପରିଚାଳନା କରିଥିଲେ ।