ନିମାପଡା: ସ୍ଥାନୀୟ ଏନ୍ ଏସିର ୯ନମ୍ବର ୱାର୍ଡରେ ସ୍ବଚ୍ଛତା ହିଁ ସେବା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ,କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରତିକ୍ରିୟା
Nimapada, Puri | Sep 17, 2025 ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ 75 ତମ ଜନ୍ମ ବାର୍ଷିକ ସାରାଦେଶରେ ପାଳିତ ହେଉଥିବା ବେଳେ ଏହି ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ମା ନାଁରେ ଗୋଟିଏ ବୃକ୍ଷ ସଂକଳ୍ପ ନେଇ ସାରା ରାଜ୍ୟରେ 75 ଲକ୍ଷ ବୃକ୍ଷ ରୋପଣ ସହ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପାଳନ ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସେବାପକ୍ଷ ପାଳନ କରିଛନ୍ତି । ସକାଳ ୮ ଟାରେ ନିମାପଡ଼ା ଏନ୍ ଏ ସି ଦ୍ଵାରା ଆୟୋଜିତ ବୃକ୍ଷରୋପଣ ଓ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଯାୟୀ ମେଗା ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିବା ସହ ଏନ୍ ଏ ସି ର ସ୍ଵଚ୍ଛାସାଥି , ଛାତ୍ରଛାତ୍ରୀଙ୍କ ସହ ସ୍ଥା